ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ର ଧାରା ୧୪ ଉପଧାରା (୧) ଏବଂ (୨) ଅନୁଯାୟୀରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରଅଧିସୂଚନା ସଂଖ୍ୟା ୪୨୩୭୦ ତା ୨୦/୧୦/୨୦୧୦ ଦ୍ଵାରା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଗଠନ କରାଯାଇଅଛି ।
ରାଜ୍ୟର ମୁଖ୍ୟମନ୍ତ୍ରୀ ଉକ୍ତ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ଅଧ୍ୟକ୍ଷ ଅଟନ୍ତି । ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ନିୟମ ୨୦୧୦ ର ନିୟମ ୩ ଅନୁଯାୟୀ, ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଏହାର ଉପ।ଧ୍ୟକ୍ଷ ଅଟନ୍ତି ।ଅନ୍ୟ ୭ ଜଣ ସଦସ୍ୟ ଅଧ୍ୟକ୍ଷଙ୍କ ଦ୍ଵାରା ମନୋନୀତ ହୋଇଛନ୍ତି । ବିପର୍ଯ୍ୟୟ ପରିଚାଳନା ଆଧିନିୟମ ୨୦୦୫ ର ଧାରା ୧୪ (୪) ଅନୁଯାୟୀ ରାଜ୍ୟର ମୁଖ୍ୟ ଶାସନ ସଚିବ (ରାଜ୍ୟ କାର୍ଯ୍ୟ ନିର୍ବାହୀ କମିଟିର ଅଧ୍ୟକ୍ଷ) ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବିଭାଗ ବିଜ୍ଞପ୍ତି ସଂଖ୍ୟା ୧୬୧୩ ତା ୩୧/୦୮/୨୦୧୩ ଅନୁଯାୟୀ ରାଜ୍ୟରେ ନିମ୍ନ ସଦସ୍ୟ ମାନଙ୍କୁ ନେଇ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ପୁନଃଗଠନ କରାଯାଇଅଛି ।
୧. | ମୁଖ୍ୟମନ୍ତ୍ରୀ | ଅଧ୍ୟକ୍ଷ |
୨. | ମନ୍ତ୍ରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା | ସଦସ୍ୟ ଏବଂ ଉପାଧ୍ୟକ୍ଷ |
୩. | ମନ୍ତ୍ରୀ,କୃଷି | ସଦସ୍ୟ |
୪. | ମନ୍ତ୍ରୀ,ଅର୍ଥ | ସଦସ୍ୟ |
୫. | ମୁଖ୍ୟ ଶାସନ ସଚିବ | ସଦସ୍ୟ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ |
୬. | ଉନ୍ନୟନ ଆୟୁକ୍ତ /ଅତିରିକ୍ତ ଉନ୍ନୟନ ଆୟୁକ୍ତ | ସଦସ୍ୟ |
୭. | ଶାସନ ସଚିବ , ଗୃହ ବିଭାଗ | ସଦସ୍ୟ |
୮. | ଶାସନ ସଚିବ, ଜଳ ସମ୍ପଦ ବିଭାଗ | ସଦସ୍ୟ |
୯. | ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା | ସଦସ୍ୟ |
୧୦. | ସ୍ଵତନ୍ତ୍ର ସାହାଯ୍ୟ ଆୟୁକ୍ତ |