ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ର ଧାରା ୨୦(୧) ଏବଂ (୨) ) ଅନୁଯାୟୀ ରାଜ୍ୟ ସରକାର ନିମ୍ନ ଅଧିକାରୀ ମାନଙ୍କୁ ନେଇ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ଗଠନ କରିଛନ୍ତି । ଏହି କମିଟି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ନିଯମାବଳୀ ୨୦୧୦ ର ନିୟମ ୯ (୧) ଅନୁଯାୟୀ ଉକ୍ତ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ପ୍ରତି ୩ ମାସରେ ଥରେ ତାଙ୍କର ବୈଠକ ଆହ୍ଵାନ କରନ୍ତି ।
୧. | ମୁଖ୍ୟ ଶାସନ ସଚିବ | ଅଧ୍ୟକ୍ଷ |
୨. | ଉନ୍ନୟନ ଆୟୁକ୍ତ/ଅତିରିକ୍ତ ଉନ୍ନୟନ ଆୟୁକ୍ତ | ସଦସ୍ୟ |
୩. | କୃଷି ଉତ୍ପାଦନ ଆୟୁକ୍ତ | ସଦସ୍ୟ |
୪. | ଶାସନ ସଚିବ , ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ | ସଦସ୍ୟ |
୫. | ସ୍ଵତନ୍ତ୍ର ସାହାଯ୍ୟ ଆୟୁକ୍ତ | ସଦସ୍ୟ |